Swasthya Sambad is a vertical of Sambad and Kanak network that deals with Health, wellness, pharma and lifestyle related news. Swasthya Sambad Digital News Platform is an initiation of Sambad Digital Network which has been emerged as a daily lifestyle problem's solution. Swasthya Sambad Digital News Platform deals with all health related issues and their remedies.



Swasthya Sambad

#ଫିମେଲ୍_ଇନଫର୍ଟିଲିଟି_ଲାଇଭ୍
ମହିଳା ବନ୍ଧ୍ୟାଦୋଷ ସମସ୍ୟାର ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଡାକ୍ତର ମୌସୁମୀ ଆଚାର୍ଯ୍ୟ...ଏହି ବିଷୟରେ ମନରେ କୌଣସି ପ୍ରଶ୍ନ ଥିଲେ ଆମ ସହିତ ଲାଇଭରେ ଯୋଡି ହୁଅନ୍ତୁ 22 ତରିଖ ଅପରାହ୍ନ 3ଟା 30ରେ ସ୍ୱାସ୍ଥ୍ୟ ସମ୍ବାଦ ଓ କନକ ନ୍ୟୁଜ୍ ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ୟୁଟ୍ୟୁବରେ
#drmousumiacharyalive #fertilityconsultant #kanaknewslive #swasthyasambadlive #FemaleInfertility #womenshealth

3 weeks ago | [YT] | 9

Swasthya Sambad

Orthopedic Treatment and Technology? | Dr Satya Narayan Behera | Dr Anshuman Sahoo | SwasthyaSambad

5 months ago | [YT] | 1

Swasthya Sambad

୧୫ ସେପ୍ଟେମ୍ବର ବିଶ୍ୱ ଲିମ୍ଫୋମା ସଚେତନତା ଦିବସ। ଏହି ଦିନଟି ରକ୍ତ କର୍କଟ ରୋଗ ଲିମ୍ଫୋମା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ପାଳନ କରାଯାଏ। ଲିମ୍ଫୋମା ହେଉଛି ଶରୀରର ଲିମ୍ଫାଟିକ୍ ସିଷ୍ଟମ୍, ଯାହା ରୋଗ ପ୍ରତିରୋଧ କ୍ଷମତାକୁ ଶକ୍ତିଶାଳୀ କରେ । ଏହା ହେଉଛି ଏକ ପ୍ରକାରର ରକ୍ତ କର୍କଟ ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରିଥାଏ । ୨୦୦୪ରେ Lymphoma Coalition ପ୍ରଥମେ ଏହାକୁ ପାଳନ କରିଥିଲା, ଯାହାର ଲକ୍ଷ୍ୟ ଲୋକମାନଙ୍କୁ ସଚେତନ କରାଇ ସଠିକ ସମୟରେ ଚିକିତ୍ସା କରାଇବା ଯାହା ଦ୍ୱାରା ଏହି ରୋଗକୁ ଦୂର କରାଯାଇପାରିବ।

କାରଣ:
ଜନ୍ମଜାତ ବା ବାଂଶଗତ ଜିନ୍‌ର ପରିବର୍ତ୍ତନ
ଦୀର୍ଘକାଳୀନ ସଂକ୍ରମଣ
ଦୁର୍ବଳ ପ୍ରତିରୋଧ କ୍ଷମତା
କେତେକ ରାସାୟନିକ ପଦାର୍ଥ ବା କିରଣର ପ୍ରଭାବ
ବୟସ୍ ବୃଦ୍ଧି (ଅଧିକାଂଶ ସମୟରେ 60 ବର୍ଷ ପରେ ଦେଖାଯାଏ)

ଲକ୍ଷଣ:
ଗଳା, କାନ୍ଧ ବା ଜଙ୍ଘରେ ଫୁଲା ଦେଖାଦେବା
ବିନା କାରଣରେ ଜ୍ୱର ହେବା
ରାତିରେ ଅଧିକ ଝାଳ ବୋହିବା
ଅକାରଣରେ ଓଜନ କମିବା
ସବୁବେଳେ କ୍ଲାନ୍ତ ଅନୁଭବ କରିବା
କେବେ କେବେ କଣ୍ଡେଇ ହେବା ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା

ଏହି ଲକ୍ଷଣ ଗୁଡ଼ିକ ଦେଖାଦେଲେ ଅବହେଳା ନକରି ଡାକ୍ତରଙ୍କ ପରମର୍ଶ ନିଅନ୍ତୁ । ସମୟରେ ଚିହ୍ନଟ, ଚିକିତ୍ସା ଓ ସଚେତନତା ବୃଦ୍ଧି ହୋଇପାରିଲେ ଏହି ରୋଗରୁ ଜୀବନ ରକ୍ଷା ପାଇପାରିବ।

#worldlymphomaawarenessday #lymphnodes #Healthcare
#SwasthyaSambad #Odisha

5 months ago | [YT] | 11

Swasthya Sambad

ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୨୮ ତାରିଖକୁ #WorldHepatitisDay ଭାବେ ପାଳନ କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ୪୦ଲକ୍ଷ ଲେ।କ ହେପାଟାଇଟିସ ବି ଓ ସି ରେ।ଗରେ ପୀଡ଼ିତ। ହେପାଟାଇଟିସ ସାଧାରଣତଃ ୫ ପ୍ରକାର ଏ, ବି, ସି, ଡି ,ଇ । ଏହା ଏକ ସଂକ୍ରାମକ ରେ।ଗ ଯାହା ଭୂତାଣୁ ଜନିତ। ଏହା ଯକୃତକୁ ଆକ୍ରମଣ କରି ଛେ।ଟ ଛେ।ଟ ଛିଦ୍ର ସୃଷ୍ଟି କରେ। ପ୍ରତିବର୍ଷ ବିଶ୍ୱର ୧.୪ ଲକ୍ଷ ଲୋକେ ଏହି ରୋଗରେ ମୃତ୍ୟୁମୁଖରେ ପଡୁଛନ୍ତି ।

ଲକ୍ଷଣ
ଦୁର୍ବଳତା, କ୍ଲାନ୍ତି
ଜଣ୍ଡିସ୍
ତଳି ପେଟରେ ଯନ୍ତ୍ରଣା
ବାନ୍ତି ଓ ଏସିଡିଟି
ଖାଦ୍ୟ କମ୍ ଖାଇବା
ଗାଢ଼ ରଙ୍ଗର ପରିସ୍ରା

କାରଣ
ହେପାଟାଇଟିସ୍ A ଓ E – ଦୂଷିତ ଜଳ ଓ ଖାଦ୍ୟ ଦ୍ୱାରା ବ୍ୟାପିଥାଏ ସେହିପରି ହେପାଟାଇଟିସ୍ B, C ଓ D – ରକ୍ତ ଦ୍ୱାରା, ଅସୁରକ୍ଷିତ ଯୌନ ସମ୍ପର୍କ ଏବଂ ମା’ଠାରୁ ଶିଶୁ ହୋଇଥାଏ ।

ନିରାକରଣ
ଅପରିଚିତ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖନ୍ତୁ ନାହଁ । ଏଥିରୁ ବଞ୍ଚିବା ପାଇଁ କଣ୍ଡେ।ମର ବ୍ୟବହାର କରନ୍ତୁ।
ହସ୍ପିଟାଲରେ ସିରିଞ୍ଜ ବ୍ୟବହାର ସମୟରେ ଧ୍ୟାନ ରଖିବେ ଏହା ନୂଆ ହେ।ଇଥିବ।
ଟାଟୁ କିମ୍ବା ଶରୀରର କୌଣସି ଅଙ୍ଗର ଛିଦ୍ର କରିବା ସମୟରେ ଛୁଞ୍ଚି ନୂଆ ହେବା ଆବଶ୍ୟକ ।
ନିଜ ସେଭିଂ ବ୍ଳେଡ କିମ୍ବା ଟୁଥ ବ୍ରସ୍ କୁ କାହାସହ ସେୟାର କରନ୍ତୁ ନାହିଁ ।
ହେପାଟାଇଟିସର ନିରାକରଣ ଟିକା ସହଜରେ ଉପଲବ୍ଧ । ନବଜାତ ଶିଶୁଙ୍କୁ ଏହି ଟିକା ଦେବା ସହ ୧୮ ବର୍ଷରୁ କମ୍ ପିଲାଙ୍କୁ ଭ୍ୟାକ୍ସିନ ଦିଅନ୍ତୁ ।
ସମୟ ବ୍ୟବଧାନରେ ଲିଭର ସ୍ୱାସ୍ଥ୍ୟ ଯାଂଚ କରନ୍ତୁ ।

#worldheaptitisday2025 #heatitisday #HepatitisAwareness
#SwasthyaSambad

6 months ago | [YT] | 11

Swasthya Sambad

As the divine chariot rolls forward, let’s also move ahead towards better health choices and mindful living. Stay healthy, stay blessed.
#jaijagannath🙏 #happyrathajatra #SwasthyaSambad #Odisha

7 months ago | [YT] | 64

Swasthya Sambad

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ବା #InternationalYogaDay। ଯୋଗକୁ ସମ୍ମାନ ଦେବା, ଯୋଗର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା ଏବଂ ଯୋଗ ମାଧ୍ୟମରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଉନ୍ନତି କରିବା ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ । ଶତାବ୍ଦୀ ଧରି ଭାରତରେ ଯୋଗ ଅଭ୍ୟାସ କରାଯାଇଆସୁଛି । ଚାପ ଏବଂ ଚିନ୍ତା କମାଇବା ସହିତ ଏହା ଶରୀରକୁ ମଧ୍ୟ ଆରାମ ଦେଇଥାଏ । ଏହା ବିଦେଶରେ ମଧ୍ୟ ବ୍ୟାପକ ଭାବରେ ପ୍ରସାରିତ ହେବାରେ ଲାଗିଛି । ସମଗ୍ର ବିଶ୍ୱରେ ଲୋକମାନେ ଯୋଗକୁ ନିଜ ଜୀବନଶୈଳାରେ ସାମିଲ କରିଛନ୍ତି । ଲୋକମାନେ ଯୋଗାସନ ମାଧ୍ୟମରେ ନିଜ ଶରୀର ଏବଂ ମାନସିକ ଚିନ୍ତାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି ।
#InternationalYogaDay #yogaforall #yogapractice #healthylifestyle
#SwasthyaSambad #Odisha

7 months ago | [YT] | 31

Swasthya Sambad

ବର୍ତ୍ତମାନ ଥାଇରଏଡ୍ ଗ୍ରନ୍ଥିର ସମସ୍ୟା ବିଶ୍ବରେ ହରମୋନ ସମସ୍ୟା ଭାବେ ଜଣାଶୁଣା । ଏହି ସମସ୍ୟା ପ୍ରାୟ ଝିଅମାନଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହୋଇଥାଏ । ଥାଇରଏଡ୍ ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ମେ 25 ତାରିଖକୁ #WorldThyroidDay ଭାବେ ପାଳନ କରାଯାଇଥାଏ ।

ଥାଇରଏଡ କଣ?: ଥାଇରଏଡ ହେଉଛି ଏକ ପ୍ରକାର ଗ୍ରନ୍ଥି ଯାହା ଗଳାରେ ରହିଥାଏ । ଏହି ଗ୍ରନ୍ଥି ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରଣ କରିଥାଏ । ଥାଇରଏଡ ସମସ୍ୟା ଥିବା ଲୋକଙ୍କ ପାଇଁ ଏହି ଗ୍ରନ୍ଥି ସଠିକ ଭାବରେ କାମ କରେ ନାହିଁ । ଯେଉଁ କାରଣରୁ ଥାଇରଏଡ ହରମୋନ କମିଯାଏ କିମ୍ବା ଅଧିକ ହୋଇଥାଏ । ଫଳରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ ।

ଥାଇରଏଡ ଲକ୍ଷଣ: ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଥାଇରଏଡ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ତେବେ ଥାଇରଏଡ ହେଲେ ଲୋକେ ପ୍ରଥମେ ଭଲଭାବେ ଜାଣିପାରି ନଥାଆନ୍ତି । ଏହାଦ୍ବାରା ଥକ୍କା ଲାଗିବା, ଥଣ୍ଡା ହେବା, କୋଷ୍ଠକାଠିନ୍ୟ, ଶୁଷ୍କ ଚର୍ମ, ଓଜନ ବୃଦ୍ଧି, ମୁହଁ ଫୁଲିଯିବା, ସ୍ୱରରେ ପରିବର୍ତ୍ତନ, ମାଂସପେଶୀ ଦୁର୍ବଳତା, ମାଂସପେଶୀ ଯନ୍ତ୍ରଣା, ମାସିକ ଋତୁସ୍ରାବ ପରିବର୍ତ୍ତନ, କେଶ ଝଡ଼ିବା, ଉଦାସୀନତା, ସ୍ମୃତି ସମସ୍ୟା ଭଳି ଲକ୍ଷଣ ଦେଖାଯାଇଥାଏ ।

କିଭଳି ମୁକ୍ତି ପାଇବେ: ଥାଇରଏଡ ସମସ୍ୟା ହେଲେ ପ୍ରଥମେ ଜାଣିହୁଏ ନାହିଁ । ତେଣୁ ଆପଣଙ୍କୁ ଏସବୁ ଲକ୍ଷଣ ଦେଖାଗଲେ ପ୍ରଥମେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରଥମେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ଦରକାର । ଏହାସହ କିଛି ବିଷୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ଯେପରିକି-

ଯଦି ଧୂମପାନ କରୁଛନ୍ତି ତେବେ ବିଳମ୍ବ ନକରି ପ୍ରଥମେ ଧୂମପାନ ଛାଡନ୍ତୁ
ଖାଦ୍ୟରେ ସୋଡିୟମ ଏବଂ ଆୟୋଡିନର ସନ୍ତୁଳନ ରଖନ୍ତୁ
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତୁ
ଯଦି ଆପଣଙ୍କ ପରିବାରର କେହି ଥାଇରଏଡରେ ପୀଡିତ ତେବେ ଆପଣ ମଧ୍ୟ ସତର୍କ ରହିବା ଆବଶ୍ୟକ ।
#WorldThyroidDay #thyroidgland #awareness #SwasthyaSambad #Odisha

8 months ago | [YT] | 21

Swasthya Sambad

ହାଇପରଟେନସନ ବା ଉଚ୍ଚ ରକ୍ତଚାପ ଆଉ ଏକ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭାହୋଇଛି। ଏପରି ସ୍ଥିତିରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ମେ' 17କୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ବା #WorldHypertensionDay ପାଳନ କରାଯାଉଛି। ତେବେ ଏହି ଦିବସ ଅବସରରେ ହାଇପରଟେନସନ କ'ଣ, ଏହା କାହିଁକି ହୁଏ ଏବଂ କିପରି ଏଥିରୁ ବର୍ତ୍ତିବେ, ଜାଣନ୍ତୁ...

CDC ଅନୁଯାୟୀ ସାଧାରଣ ରକ୍ତଚାପ 120/80 mmHg ମଧ୍ୟରେ ରହିଥାଏ। ଯଦି ରକ୍ତଚାପ ଏହାଠାରୁ କମ୍, ତେବେ ଏହାକୁ ନିମ୍ନ ରକ୍ତଚାପ ଏବଂ ଯଦି ଏହାଠାରୁ ଅଧିକ ହୁଏ ତେବେ ଉଚ୍ଚ ରକ୍ତଚାପ ଭାବରେ ବିବେଚନା କରାଯାଏ। ଉଚ୍ଚ ରକ୍ତଚାପ ଅନେକ ଗମ୍ଭୀର ବିପଦ ସୃଷ୍ଟି କରିପାରେ।

ଉଚ୍ଚ ରକ୍ତଚାପର କାରଣ କଣ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଉଚ୍ଚ ରକ୍ତଚାପର ସବୁଠାରୁ ବଡ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ। ଅତ୍ୟଧିକ ଧୂମପାନ, ମଦ୍ୟପାନ, ଶାରୀରିକ କାର୍ଯ୍ୟକଳାପର ଅଭାବ, ଖରାପ ଖାଦ୍ୟ, ଦିନସାରା ମୋବାଇଲ୍-ଲାପଟପ୍ ବ୍ୟବହାର ଉଚ୍ଚ ରକ୍ତଚାପର ଆଶଙ୍କା ବଢାଇଥାଏ।

ଉଚ୍ଚ ରକ୍ତଚାପ ଲକ୍ଷଣ:
ଉଚ୍ଚ ରକ୍ତଚାପ କାରଣରୁ ମୁଣ୍ଡବିନ୍ଧା, ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଏବଂ ନାକରୁ ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଇପାରେ। ସବୁଠୁ ବଡ଼ କଥା ହେଉଛି କି ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ଏସବୁ ଲକ୍ଷଣ ରୋଗ ଗମ୍ଭୀର ହୋଇଗଲେ ଦେଖାଯାଏ।

ଚିକିତ୍ସା:
ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଉଚ୍ଚ ରକ୍ତଚାପର ଆଶଙ୍କାକୁ ହ୍ରାସ କରାଯାଇ ପାରିବ। ଯଦି ଉଚ୍ଚ ରକ୍ତଚାପର ଲକ୍ଷଣ ଥାଏ, ତେବେ ପ୍ରଥମେ ଚିକିତ୍ସା କରାଇ ନେବା ଉଚିତ୍। ଏହାପରେ ନିୟମିତ ସ୍ୱାସ୍ଥ୍ୟର ଯତ୍ନ ରୋଗ ବିପଦକୁ ହ୍ରାସ କରିପାରିବ। 18 ବର୍ଷ ବୟସ ପରେ ପ୍ରତିବର୍ଷ ଅତି କମରେ ଦୁଇଥର ରକ୍ତଚାପ ଯାଞ୍ଚ କରିବା ଉଚିତ୍।

#worldhypertensionday #bloodpress #awareness
#swasthyasambad #odisha

8 months ago | [YT] | 13

Swasthya Sambad

ପ୍ରତିବର୍ଷ ମେ ୧୦ କୁ #World_Lupus_Day ଭାବରେ ପାଳନ କରାଯାଏ । Lupus ରୋଗ ବିଷୟରେ ସଚେତନତା ବୃଦ୍ଧି କରିବା ଏହାର ଲକ୍ଷ୍ୟ । ଏହା ଏକ ଅଟୋଇମ୍ୟୁନ୍ ରୋଗ, ଯେଉଁଥିରେ ଶରୀରର ଇମ୍ୟୁନ୍ ସିଷ୍ଟମ୍ ନିଜ ଦେହର ଟିସୁ କୁ ଆକ୍ରମଣ କରିଥାଏ ।

Lupus ଦେହର ବିଭିନ୍ନ ଅଙ୍ଗ ଯେପରିକି ହୃଦୟ, କିଡନି, ଚର୍ମ ଓ ମସ୍ତିସ୍କ କୁ ପ୍ରଭାବିତ କରିପାରେ । ଏହି ରୋଗର ଲକ୍ଷଣକୁ ଚିହ୍ନିବା ଖୁବ କଷ୍ଟକର କାହିଁକି ନା ଏହା ଦ୍ୱାରା ଶରୀରରେ ସାଧାରଣ ଲକ୍ଷଣ ମାନ ଦେଖାଦେଇଥାଏ ଯଥା ଥକ୍କା ଲାଗିବା, ଶରୀରରେ ଯନ୍ତ୍ରଣା ହେବା, ଚର୍ମ ଉପରେ ଦାଗ ହେବା ଓ ମାନସିକ ଅଶାନ୍ତି ଦେଖାଦେବା। ଏହି ଅବସ୍ଥା ବ୍ୟକ୍ତି ର ହାଡ଼କୁ ଦୁର୍ବଳ କରିପାରେ ଏବଂ ଅଷ୍ଟିଓପୋରୋସିସ୍ ସୃଷ୍ଟି କରିପାରେ ଏବଂ ହୃଦୟକୁ ପ୍ରଭାବିତ କରି ହୃଦ୍‌ରୋଗ ସମସ୍ୟା ସୃଷ୍ଟି କରିପାରେ। ଜେନେଟିକ୍ କାରଣ, ହରମୋନ୍, ପରିବେଶଗତ କାରଣ, ଧୂମପାନ କିମ୍ବା ଚାପ ମଧ୍ୟ ଏହି ରୋଗ ହେବାର ସମ୍ଭାବନାକୁ ବଢ଼ାଇପାରେ।

ସାରା ବିଶ୍ୱରେ ପ୍ରାୟ 5 ନିୟୁତ ଲୋକ Lupusରେ ପୀଡିତ, ସେମାନଙ୍କ ମଧ୍ୟରୁ 1.5 ନିୟୁତ କେବଳ ଆମେରିକାର । ମହିଳାମାନେ ବେଶୀ ଏହି ରୋଗରେ ପ୍ରଭାବିତ ହୁଅନ୍ତି। Lupus ର କୌଣସି ସ୍ଥାୟୀ ଚିକିତ୍ସା ନାହିଁ, କିନ୍ତୁ ସଠିକ ସମୟରେ ଚିହ୍ନଟ ଓ ସଠିକ୍ ଚିକିତ୍ସା ଦ୍ୱାରା ରୋଗୀମାନେ ସାଧାରଣ ଜୀବନ ବଞ୍ଚିପାରିବେ ।

#WorldLupusDay #worldlupusday2025 #swasthyasambad #Odisha

9 months ago | [YT] | 8

Swasthya Sambad

ଆଜମା ହେଉଛି ଏକ ଅଣ-ସଂକ୍ରମିତ ରୋଗ ଯାହା ପ୍ରତିବର୍ଷ ୨୬୦ ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି ଏବଂ ବିଶ୍ୱବ୍ୟାପୀ ୪୫୦,୦୦୦ରୁ ଅଧିକ ଲୋକଙ୍କର ଆଜମାରେ ମୃତ୍ୟୁ ହେଉଛି । ପ୍ରଦୂଷଣ ଓ ଚାପ କାରଣରୁ ଦିନକୁ ଦିନ ରୋଗ ଗମ୍ଭୀର ହେଉଛି। ଏପରି ସ୍ଥିତିରେ ଲୋକଙ୍କୁ ଆସ୍ଥମା ବାବଦରେ ସଚେତନତା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ #ବିଶ୍ୱ_ଆସ୍ଥମା_ଦିବସ ପାଳନ କରାଯାଉଛି।


ତେବେ ଆସ୍ଥମା କଣ, କାହିଁକି ହୁଏ ଏବଂ ଏହି ଦିବସର ଇତିହାସ କ'ଣ?


ଆସ୍ଥମା ଦିବସ ଇତିହାସ
ପ୍ରଥମେ ଗ୍ଲୋବାଲ ଇନିସିଏଟିଭ ଫର ଆସ୍ଥମା(GINA) ଏହି ଦିବସ ପାଳନ ଆରମ୍ଭ କରିଥିଲା। ୧୯୯୮ ମସିହାରେ ପ୍ରଥମେ ବିଶ୍ୱ ଆସ୍ଥମା ଦିବସ ପାଳନ ହୋଇଥିଲା। ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ଆସ୍ଥମା ଦିବସ ଭାବେ ପାଳନ କରାଯାଏ।


ଆସ୍ଥମା କ'ଣ?
ଆସ୍ଥମା ହେଉଛି ଏକ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ, ଯାହାକୁ ସାଧାରଣ ଭାଷାରେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ବୋଲି କୁହାଯାଏ। ପ୍ରକୃତରେ ଫୁସଫୁସ ସହିତ ଜଡିତ ଏକ ରୋଗ ହେଉଛି ଆସ୍ଥମା, ଯେଉଁଥିରେ ବାୟୁପଥ ଫୁଲିଯାଏ ଏବଂ ଶ୍ୱାସକ୍ରିୟା ସଂକ୍ରମଣ ଆରମ୍ଭ ହୁଏ। ଫଳରେ ରୋଗୀମାନେ ଠିକରେ ନିଶ୍ୱାସ ନେଇପାରନ୍ତି ନାହିଁ।


କାହିଁକି ହୁଏ ଆସ୍ଥମା?
ଆସ୍ଥମାକୁ ବିଶେଷ ଭାବେ ବଂଶଗତ ରୋଗ ଭାବେ ବିବେଚନା କରାଯାଏ। ଯଦି ଏକ ଶିଶୁର ଉଭୟ ପିତାମାତାଙ୍କର ଶ୍ୱାସରୋଗ ଥାଏ, ତେବେ ତାକୁ ଆସ୍ଥମା ହେବାର ସମ୍ଭାବନା ଅଧିକ। ଏହା ବ୍ୟତୀତ କେତେକ ଶାରୀରିକ, ଅବସ୍ଥା ଏବଂ ପରିବେଶ କାରଣରୁ ଆସ୍ଥମା ହୋଇପାରେ। ସଂକ୍ରମିତ ପଶୁମାନଙ୍କ ସଂସ୍ପର୍ଶରେ ଆସିବା, ଆଲର୍ଜି, ସଂକ୍ରମଣ ଏବଂ କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ଆସ୍ଥମା ହେବାର ଆଶଙ୍କା ଥାଏ।। ପ୍ରଦୂଷଣ ମଧ୍ୟ ଆସ୍ଥମାର ମୁଖ୍ୟ କାରଣ।


ଆସ୍ଥମା ଲକ୍ଷଣ-
• କାଶ ଲାଗି ରହିବା।
• ଫୁସଫୁସରେ ଯନ୍ତ୍ରଣା।
• ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଯନ୍ତ୍ରଣା।
• ବାରମ୍ବାର ଥଣ୍ଡା ହେବା।
• ଚାଲିବା ସମୟରେ ଧଇଁଶଇଁ ଲାଗିବା।

#WorldAsthmaDay #worldasthmaday2025 #respiratoryhealth
#SwasthyaSambad #Odisha

9 months ago | [YT] | 12