UPAYOJANA KENDRA NABARANGPUR
ସତ୍ତା ସଚ୍ଚିଦାନନ୍ଦମୟ, ଆମେ ଯେତେବେଳେ ସତ୍ତାର ବିପରୀତ ଚଳନ ଚରିତ୍ର, କର୍ମ ଓ ଚିନ୍ତନ, କଥା ଦ୍ୱାରା ପ୍ରଭାବିତ ହୁଏ ସେତେବେଳେ ଆମ ଜୀବନରେ ଧିରେ ଧିରେ ବିଭିନ୍ନ ପ୍ରକାର ଅଶାନ୍ତି, ତାପ, ଜ୍ୱାଳା ଯନ୍ତ୍ରଣା, ଜ଼ଞ୍ଜାଳ, ବିପଦ, ଆପଦ, ରୋଗ ଶୋକ, ବୃତ୍ତି ପ୍ରବୃତ୍ତିର ତାଡ଼ନାରେ ପଡ଼ି ବିଭିନ୍ନ ପ୍ରକାର ଦୁଷ୍କର୍ମରେ ଲିପ୍ତ ହୋଇ ଜର୍ଜରିତ ହୋଇପଡ଼େ । ଶେଷରେ ଆମକୁ କୌଣସି ବାଟ ଦିଶୁ ନ ଥାଏ ।
ଏହି Channel ରେ ବଙ୍ଗଳା, ଓଡ଼ିଆ, ହିନ୍ଦୀ, ଇଂରାଜୀ ସବୁ ଭାଷାରେ ଆଲୋଚନାର ପରିଯୋଜନା କରାଯାଇଅଛି ।
Follow me on Other Social Media
👉 Facebook : /Anubhabe Amiya
👉 Instagram : / Akbroy77
Thank you for watching video & sibscribe the for next video🙏🙏🙏🙏
ଇଷ୍ଟ ବାର୍ତ୍ତା /ESTO BARTA
ପ୍ରସଙ୍ଗ ସତ୍ୟାନୁସରଣ
"ନିଜେ ଠିକ ରହି ସମସ୍ତଙ୍କୁ ସତ ଭାବରେ ଖୁସି କରିବାକୁ ଚେଷ୍ଟା କର, ଦେଖିବ ସମସ୍ତେ ତୁମକୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି । ସାବଧାନ, ନିଜତ୍ୱ ହରାଇ କାହାକୁ ଖୁସି କରିବାକୁ ଯାଅ ନାହିଁ, ତା ହେଲେ ଦୁର୍ଗତିର ସୀମା ରହିବ ନାହିଁ ।"
ବିଷ୍ଣୁପ୍ରସାଦ ବାଣୀଟିକୁ ପାଠ କରି କହିଲା – ଏଠାରେ ଠାକୁର କହୁଛନ୍ତି , ମୁଁ ଯଦି ସତ୍ ହୁଏ – ତେବେ ସମସ୍ତଙ୍କୁ ସତ ଭାବରେ ଖୁସି କରି ପାରିବି ।
ଶ୍ରୀ ଶ୍ରୀ ପିତୃଦେବ - ପ୍ରଥମଟା କଣ ଅଛି ?
---ନିଜେ ଠିକ ରହି ।
ଶ୍ରୀ ଶ୍ରୀ ପିତୃଦେବ – ନିଜେ ଠିକ ରହିବା ଅର୍ଥ କ’ଣ ?
ନିଜେ ଠିକ ରହିବା ଅର୍ଥ ସତ ରହିବା । ସତ ରହିବା ଅର୍ଥ ଇଷ୍ଟିଚଳନରେ ଚାଲିବା । ଏମିତିଭାବରେ ଚାଲିଲେ ସମସ୍ତେ ତୁମକୁ ଖୁସି କରିବାକୁ ଚେଷ୍ଟା କରିବେ ।
ଶ୍ରୀ ଶ୍ରୀ ପିତୃଦେବ –ସମସ୍ତଙ୍କୁ ସତ୍ ଭାବରେ ଖୁସି କରିବୁ କିପରି ?
----କାହାକୁ କିଛି ଦେଲି, କେବେ ମଧ୍ୟ ଦେଇ ଦେବ ବୋଲି କହିଲା । ପରେ ତାକୁ ଦେବାରେ ଅସୁବିଧା । ସେତେବେଳେ ତାକୁ ଖରାପ କଥା ନ କହି- ସତ୍ ଭାବରେ ଖୁସି କଲି ।
ଶ୍ରୀ ଶ୍ରୀ ପିତୃଦେବ – ଦେବାଟା ହିଁ ତ ସତ୍ ଭାବରେ ଖୁସି କରିବା ।
ଏଥର ଧୃତିଦୀପିକୁ କହିବାକୁ କହିଲେ –
ଧୃତିଦୀପି –ସତ ମାନେ ଜୀବନବୃଦ୍ଧିର ସହାୟକ ଯାହା । ତାହାହିଁ ସତ୍ । ଯାହା କଲେ ଜୀବନବୃଦ୍ଧି ଆଡ଼କୁ ଯାଇ ପାରେ ତାହା କରିବାକୁ ପଡ଼ିବ ।
ଶ୍ରୀ ଶ୍ରୀ ପିତୃଦେବ-- ଅସତ୍ ଭାବରେ ଅର୍ଥ କ’ଣ ? -- ତୁମେ ଯେଉଁ ଶ୍ରେଣୀ, ମୁଁ ମଧ୍ୟ ସେଇ ଶ୍ରେଣୀରେ ପଢ଼େ । ମୋର ପେନସିଲ ନାହିଁ । ତୁମେ ଭବେଶର ପେନସିଲ ନେଇ ମୋତେ ଦେଲ । ଦିନେ ଭବେଶ ଦେଖିଲା ତା ପେନସିଲ ନାହିଁ । ଗଣ୍ଡଗୋଳ ହେଇଗଲା । ଏଇଟା ଅସତ ଭାବରେ ଖୁସି କଲୁ ।
ଧୃତିଦୀପି- ମୁଁ ଏମିତି କୌଣସି କାର୍ଯ୍ୟ କରିବି ନାହିଁ ଯେଉଥିରୁ ଜୀବନ ବୃଦ୍ଧିର ଅନ୍ତରାୟ ହୁଏ ।
ଶ୍ରୀ ଶ୍ରୀ ପିତୃଦେବ-- ଅସଲ କଥାଟାହିଁ ସେଇୟା । ଜୀବନବୃଦ୍ଧିର ଅନ୍ତରାୟ ଆଉ ଜୀବନବୃଦ୍ଧିର ସହାୟକ ।---- ଏହିଗୁଡ଼ିକୁ ହିଁ ଲକ୍ଷ କରିବାକୁ ହେବ । --ତା ପରେ ପଢ଼ ।
--ସାବଧାନ, ନିଜତ୍ୱ ହରାଇ କାହାକୁ ଖୁସି କରିବାକୁ ଯାଅ ନାହିଁ, ତେବେ ଦୁର୍ଗତିର ସୀମା ରହିବ ନାହିଁ ।
ଶ୍ରୀ ଶ୍ରୀ ପିତୃଦେବ-- ନିଜତ୍ୱ ଅର୍ଥ ?
---ନିଜେର ଜୀବନ ବୃଦ୍ଧିର ଯେଉଁ ଭାବ ।
ଶ୍ରୀ ଶ୍ରୀ ପିତୃଦେବ-- କି ରକମ? ଘରେ ବାପା-ମାଆ ହୁଏତ କିଛି କାମ କରିବା ପାଇ କହିଲେ, ତାହା ନକରି ଅନ୍ୟ ପଛରେ ଦିନସାରା କାମ କଲି । ଯାହାକୁ ତେଲ ଲଗେଇବା କହନ୍ତି ।
ଧୃତିଦୀପି—ବ୍ୟକ୍ତିତ୍ୱ ଠିକ ରଖିବାକୁ ହେବ ।
ଶ୍ରୀ ଶ୍ରୀ ପିତୃଦେବ-- ମୁଁ ଇଷ୍ଟଙ୍କୁ ନେଇ ଚାଲେ, ତାଙ୍କ ଅନୁଶାସନବାଦକୁ ନେଇ ଚାଲେ --- ତାଙ୍କୁ ବ୍ୟହତ ନ କରି ଚାଲିବାକୁ ହେବ । ଯେପରିକି ମୁଁ ମାଛ, ମାଂସ ଖାଏ ନାହିଁ । ସାଙ୍ଗ ସହିତ ବଜାରକୁ ଗଲି । ହୋଟେଲରେ ପଶିଲି । ମୋ ପ୍ଲେଟରେ ମାଛ ଦେଲା, ଖାଇ ଦେଲି । ସାଙ୍ଗ ଜଣକ ମନେ ମନେ କଣ ଭାବିଲା --- ଭଲ ତ କହନ୍ତି ଏମାନେ ମାଛ, ମାଂସ ଖାଆନ୍ତି ନାହିଁ – ଇଏ ତ ଖାଇଲା । ତାହେଲେ ଲୁଚି ଲୁଚି କି ଖାଆନ୍ତି । ଆଉ ଯଦି କହେ --- ନା, ଆମ୍ଭେ ମାଛ, ମାଂସ ଖାଉ ନୁ -----ହେଲେ ଆଜି କାହିଁକି ଖାଇବି ? ତାହେଲେ ଶ୍ରଦ୍ଧା କରିବ ।
ଶିବଦୟାଲଦା---ଅଫିସରମାନେ ଆସିଲେ ମାଛ, ମାଂସ ଖୁଆଇ ଖୁସି କରନ୍ତି ।
ଶ୍ରୀ ଶ୍ରୀ ପିତୃଦେବ-- ହଁ, ଆଜିକାଲି ସେହିଭଳି ଭାବରେ ଖୁସି କରିବାକୁ ଚାହାନ୍ତି । କିନ୍ତୁ ସେଥିରେ କାମ ହୁଏ ନା । ଇଷ୍ଟିଚଳନ—ଇଷ୍ଟଙ୍କର ଅନୁଶାସନବାଦ ଅବ୍ୟହତ ଭାବରେ ରଖି ଯଦି ଚାଲେ ତେବେ ବ୍ୟକ୍ତିତ୍ୱ ବିସର୍ଜ୍ଜନ ହେବ ନାହିଁ । ସ୍ୱର୍ଥ ମଧ୍ୟ ଠିକ ରହିବ ।
1 month ago | [YT] | 5
View 0 replies
ଇଷ୍ଟ ବାର୍ତ୍ତା /ESTO BARTA
ଅପରର ମଙ୍ଗଳ କାମନା” ଅର୍ଥ ହେଉଛି— ମନରୁ, ନିଷ୍ପାପ ଭାବେ, ଅନ୍ୟଜନଙ୍କ ସୁଖ, ଶାନ୍ତି, ସୁରକ୍ଷା ଓ ଉନ୍ନତିକୁ ଇଚ୍ଛା କରିବା। ଏହା କେବଳ ପାଠ କିମ୍ବା ମନ୍ତ୍ର ନୁହେଁ—ଏହା ଏକ ଶୁଦ୍ଧ ହୃଦୟର ଅବସ୍ଥା।
ଅପରର ମଙ୍ଗଳ ହେଲେ ମୋର ଲାଭ କ’ଣ?
ଯେ ମନ ଅନ୍ୟଙ୍କ ପାଇଁ ଭଲ ଚାହେ, ସେ ମନରେ ଈର୍ଷା, ଦ୍ୱେଷ, କ୍ରୋଧ ଓ ଆତ୍ମକେନ୍ଦ୍ରିକତା କମିଯାଏ।
ଏହାର ପରିଣାମରେ—
✔ ମନ ଶାନ୍ତ ହୁଏ
✔ ଭଲ ଚିନ୍ତା ପ୍ରବଳ ହୁଏ
✔ ପୁଣ୍ୟ ସଞ୍ଚୟ ହୁଏ
✔ ଜୀବନରେ ଶୁଭ ଶକ୍ତିର ଆକର୍ଷଣ ହୁଏ
✔ କର୍ମର ଫଳ ଭଲ ହେବା ଆରମ୍ଭ କରେ
ସାରକଥା: ଅପରର ମଙ୍ଗଳ କାମନା କରିବା ମାନେ ନିଜ ମନ, ନିଜ କର୍ମ ଓ ନିଜ ଭାଗ୍ୟକୁ ପବିତ୍ର କରିବା
2 months ago (edited) | [YT] | 3
View 3 replies
ଇଷ୍ଟ ବାର୍ତ୍ତା /ESTO BARTA
2 months ago | [YT] | 4
View 5 replies
ଇଷ୍ଟ ବାର୍ତ୍ତା /ESTO BARTA
एक अति सुन्दर कथा अतिथि देव भवः Guests are like God. A Very nice explanation never heard before
10 months ago | [YT] | 1
View 3 replies
ଇଷ୍ଟ ବାର୍ତ୍ତା /ESTO BARTA
How a man become god ? An important video
10 months ago | [YT] | 0
View 0 replies
ଇଷ୍ଟ ବାର୍ତ୍ତା /ESTO BARTA
AN IMPORTANT VIDEO DO LIKE IT THEN COMMENT & SUBSCRIBE IT
11 months ago | [YT] | 1
View 0 replies